Haluka Manisha
- Paperback
312 pages
- Release Date
21 November 2021
Summary
ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘The Unbearable Lightness of Being’ ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି ।
“ହାଲୁକା ମଣିଷ’- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।
Book Details
| ISBN-13: | 9781645602279 |
|---|---|
| ISBN-10: | 1645602273 |
| Author: | Milan Kundera, Rabi Shankar Mishra, Sneha Mishra |
| Publisher: | Black Eagle Books |
| Imprint: | Black Eagle Books |
| Format: | Paperback |
| Number of Pages: | 312 |
| Release Date: | 21 November 2021 |
| Weight: | 399g |
| Dimensions: | 18mm x 140mm x 216mm |

Milan Kundera
ମିଲନ୍ କୁନ୍ଦେରା (୧୯୨୯) ଚେକ୍ ଗଣ ରାଜ୍ୟରେ ଜନ୍ମିତ, ସାହିତ୍ୟରେ କୁହୁକ ବାସ୍ତବବାଦ ଧାରାର ଅନ୍ୟତମ ଲେଖକ । ‘The unbearable Lightness of Being’, ‘The Joke’, ‘The Book of Laughter’, ‘Life is Elsewhere’ ଇତ୍ୟାଦି ତାଙ୍କର ସଫଳ ସୃଷ୍ଟି । ୧୯୭୫ ମସିହାରେ ଚେକୋସ୍ଲୋଭାକିଆର କମ୍ୟୁନିଷ୍ଟ ସରକାର ତାଙ୍କୁ ଫ୍ରାନ୍ସକୁ ନିର୍ବାସିତ କରିଥିଲେ ଓ ତାଙ୍କର ବହିଗୁଡ଼ିକୁ ମଧ୍ୟ ନିଷେଧ କରାଯାଇଥିଲା । ଏଇ ମାତ୍ର ୨୦୧୯ରେ ପୁଣି ତାଙ୍କୁ ଚେକ୍ ନାଗରିକତ୍ୱ ଫେରାଇ ଦିଆଯାଇଛି । ଚରିତ୍ରର ବାହ୍ୟ ରୂପାୟନ ଅପେକ୍ଷା ଶବ୍ଦର ପ୍ରୟୋଗରେ ତୃତୀୟ ପୁରୁଷ ବର୍ଣ୍ଣନା ମାଧ୍ୟମରେ ଚରିତ୍ର ଚିତ୍ରଣ କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ ।
Returns
This item is eligible for free returns within 30 days of delivery. See our returns policy for further details.



