Jain Darshan
Manana O Mimansha
$81.35
- Paperback
616 pages
- Release Date
17 August 2021
Summary
ଆଚାର୍ଯ୍ୟ ମହାପ୍ରଜ୍ଞ ଆଠ ଦଶନ୍ଧିର ସୁଦୀର୍ଘ ସଂଯମ ସାଧନାରେ ନିମଗ୍ନ ଥାଇ ଅନେକ ଗୁଡ଼ିଏ ସୂକ୍ଷ୍ମ ରହସ୍ୟର ଅନାବରଣ କରିଯାଇଛି । ତାଙ୍କ ଜୀବନର ଏକ ସମାଧାୟକ ସୂତ୍ର ହେଉଛି- ‘ରହୋ ଭୀତର, ଜୀଓ ବାହର ।’ ଜୀବନର ନବମ ଦଶକ ସଂପନ୍ନ ହେବାକୁ ଯାଉଥାଏ, ଦଶମ ଦଶକରେ ପ୍ରବେଶର ପ୍ରସ୍ତୁତି ଚାଲିଥାଏ । ଏହି ମହାର୍ଘ ମୁହୂର୍ତ୍ତର ଅଭିନନ୍ଦନ ପାଇଁ ସମାଜ ବିବିଧ ସ୍ୱପ୍ନ ଦେଖୁଥାଏ । କିନ୍ତୁ ନିୟତି ସାମାଜ୍ୟରେ ଏକ ଭିନ୍ନ ନିୟତି ନିର୍ଦ୍ଧାରିତ ହୋଇ ସାରିଥାଏ । ଅକସ୍ମାତ ୯ ମେ ୨୦୦୯ ଦିନ ପ୍ରଖର ଦ୍ୱିପହରରେ ସେ ସଂସାରରୁ ପ୍ରୟାଣ କରିଦେଲେ । ତାଙ୍କ ଭୌତିକ ଶରୀର ହଜିଗଲା, ରହିଗଲା ଜ୍ଞାନ ଶରୀର, ଯଶଃ ଶରୀର ଓ ଅନୁଭବ ଶରୀର । ସେ ଆମ ସକାଶେ ଏକ ସମୃଦ୍ଧ ବୈଚାରିକ ଐତିହ୍ୟ ଛାଡ଼ି ଦେଇ ଯାଇଛନ୍ତି । ଆଗାମୀ ଶତାବ୍ଦୀ ଗୁଡ଼ିକ ନିଃସନ୍ଦେହ ଏହା ଦ୍ୱାରା ଲାଭାନ୍ୱିତ ହେବେ । ମହାପ୍ରଜ୍ଞ ଜନ୍ମ ଶତାବ୍ଦୀର ଐତିହାସିକ ଅବସରରେ ପ୍ରସ୍ତୁତ ‘ଜୈନଦର୍ଶନ ମନନ ଓ ମୀମାଂସା’ ତାଙ୍କ ଦିବ୍ୟ ଚେତନା ସହିତ ସଂପର୍କର ସଶକ୍ତ ଆଲମ୍ବନ ସାଜିଲେ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା ।
Book Details
| ISBN-13: | 9781645602071 |
|---|---|
| ISBN-10: | 1645602079 |
| Author: | Acharya Mahapragyan, Tulasi Jain |
| Publisher: | Black Eagle Books |
| Imprint: | Black Eagle Books |
| Format: | Paperback |
| Number of Pages: | 616 |
| Release Date: | 17 August 2021 |
| Weight: | 966g |
| Dimensions: | 31mm x 170mm x 244mm |

You Can Find This Book In
Acharya Mahapragyan
ଆଚାର୍ଯ୍ୟ ମହାପ୍ରଜ୍ଞ ଅଧ୍ୟାତ୍ମ-ପ୍ରଧାନ ଭାରତ ଭୂଇଁରେ ଜନ୍ମିତ ଜଣେ ମହାପୁରୁଷ ଥିଲେ, ଯିଏ ସତ୍ୟର ଅନ୍ୱେଷଣରେ ନିଜକୁ ସମର୍ପିତ କରିଥିଲେ । ବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଏହି ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ୱ ଜଣେ ବିଶ୍ୱର ମହାନ ସନ୍ଥ, ଋତମ୍ଭରା ପ୍ରଜ୍ଞାର ଅଧିକାରୀ, ଉଚ୍ଚକୋଟିର ଦାର୍ଶନିକ, ପ୍ରାଚ୍ୟ ବିଦ୍ୟାର ବିଜ୍ଞାତା, ଅନ୍ୱେଷକ, ଚିନ୍ତକ, ସାରସ୍ୱତ କବି, ମହାନ ସାହିତ୍ୟ ସ୍ରଷ୍ଟା ଏବଂ ସମକାଳୀନ ସମସ୍ୟା ଗୁଡ଼ିକର ସମଧାୟକ ଥିଲେ । ତାଙ୍କ ବାହ୍ୟ ବ୍ୟକ୍ତିତ୍ୱ ଆକର୍ଷକ ହୋଇଥିବା ବେଳେ, ଅନ୍ତରଙ୍ଗ ବ୍ୟକ୍ତିତ୍ୱ ଶତଗୁଣ ଅଧିକ ଆକର୍ଷକ ଥିଲା । ସେ ଅହିଂସା, ଅଧ୍ୟାତ୍ମ ଓ ଅନେକାନ୍ତର ପୁନୀତ ତ୍ରିପଥଗା ଥିଲେ ।
ତୁଳସୀ ଜୈନ (୨୬.୦୫.୧୯୫୪) ବିଂଶ ଶତାବ୍ଦୀର ଅନ୍ତିମ ଦଶକରୁ ଲେଖନୀ ଚାଳନା କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କ ମଧ୍ୟରେ ଏକ ସୁପରିଚିତ ନାମ । ଦେଶର ଅବ୍ୟବସ୍ଥା, ସମାଜର ରୁଗ୍ଣତା ଏବଂ ବ୍ୟକ୍ତି ଚେତନାର ମଳିନତାକୁ ପରିଷ୍କାର କରିବା ସହିତ ତା’ର ଊର୍ଦ୍ଧ୍ୱାରୋହଣ ସକାଶେ ତାଙ୍କ ମନରେ ବ୍ୟାକୁଳତା ପୂରି ରହିଛି । ମୂଲ୍ୟହୀନତାର ଅନ୍ଧକାରକୁ ଦୂର କରି ନୈତିକତା ଓ ଆଧ୍ୟାତ୍ମିକତାର ଆଲୋକ ବୁଣିବାର ପ୍ରୟାସରେ ସେ ମନ, ବଚନ ଓ କାୟାରେ ଏକାଗ୍ରଚିତ୍ତ ଅଟନ୍ତି । ମଣିଷର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ପରିବାର ଓ ସମୃଦ୍ଧ ବିଶ୍ୱ ଗଠନର ଆବଶ୍ୟକତାକୁ ସଦାବେଳେ ମନେ ରଖି ମସ୍ତିଷ୍କ ସହିତ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କ ଜୀବନର ଉଦ୍ଦେଶ୍ୟ । ଆଧୁନିକ କାଳରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଆବଶ୍ୟକତା ଓ ମର୍ଯ୍ୟାଦା ରଖୁଥିବା ଅନୁବାଦ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ମୌଳିକ କୃତି ଓଡ଼ିଆ ସାହିତ୍ୟ ଜଗତରେ ଏକ ନୂତନ ବିଭାବର ଅୟମାରମ୍ଭ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚିତ ତାଙ୍କର ପ୍ରବନ୍ଧ ସବୁ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଜନାଦୃତି ଲାଭ କରିଛି । ବଲାଙ୍ଗିର ଜିଲ୍ଲାର ତୁଷରାଠାରେ ଜନ୍ମିତ ଏହି ସାହିତ୍ୟ ସାଧକ ଓଡ଼ିଆ ସାହିତ୍ୟାକାଶକୁ ଉଜ୍ଜ୍ୱଳ କରି ରଖିବା କ୍ଷେତ୍ରରେ ନିଜର ସାଧନା ଜାରି ରଖିଛନ୍ତି ।
Returns
This item is eligible for free returns within 30 days of delivery. See our returns policy for further details.



